You can access the distribution details by navigating to My Print Books(POD) > Distribution
ସୃଷ୍ଟିର ଅନନ୍ତ ରହସ୍ୟ ଓ ମାନବୀୟ ଚେତନାର ଦିବ୍ୟ ଯାତ୍ରା
ସୃଷ୍ଟିର ଆରମ୍ଭ କୋଉଠି ଆଉ ଏହାର ଅନ୍ତ କୋଉଠି? କିପରି ସଂଘଟିତ ହୋଇଥିଲା ଏହି ଧରାପୃଷ୍ଠରେ ମାନବ ଜାତିର ପ୍ରଥମ ପଦାର୍ପଣ? ଅଜ୍ଞାନ ଓ ଅସହାୟତାର ଅନ୍ଧକାର ମଧ୍ୟରୁ ଆଦିମ ମଣିଷ କିପରି ପାଇଲା ପ୍ରାଣବାୟୁ, ଅଗ୍ନି, ବାକ୍ଶକ୍ତି ଓ ପ୍ରଥମ ଅନ୍ନର ସ୍ୱାଦ?
‘ମୋ କଳ୍ପନାରେ ସୃଷ୍ଟି’ ହେଉଛି ପୌରାଣିକ ବିଶ୍ୱାସ, ଦାର୍ଶନିକ ଚିନ୍ତନ ଏବଂ ଲେଖକୀୟ କଳ୍ପନାର ଏକ ଅପୂର୍ବ ସମନ୍ୱୟ । ଏହି ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି ଭଗବାନ ବିଷ୍ଣୁଙ୍କ ସୃଷ୍ଟି ସଂକଳ୍ପ, ବ୍ରହ୍ମାଙ୍କ ଦ୍ୱାରା ଜୀବନ ସଞ୍ଚାର, ମହାଦେବ ଶିବଙ୍କ କ୍ରୋଧାଗ୍ନି ଓ ତୃତୀୟ ନେତ୍ରର ଗୂଢ଼ ରହସ୍ୟ, ମା’ ଶକ୍ତିଙ୍କ ଜୀବନଦାୟିନୀ ଅମୃତ ବର୍ଷା ଏବଂ ସାଗରର ଲବଣାକ୍ତ ଜଳର ଉତ୍ପତ୍ତି ।
ଏହା କେବଳ ଏକ ପୌରାଣିକ ଆଖ୍ୟାନ ନୁହେଁ, ବରଂ ମାନବ ସଭ୍ୟତା, କୃଷିର ଆରମ୍ଭ, ପରିବାର ଗଠନ, ଭାଷାର ବିକାଶ ଏବଂ ସତ୍ୟଯୁଗରୁ କଳିଯୁଗ ପର୍ଯ୍ୟନ୍ତ କ୍ରମବିକାଶର ଏକ ଜୀବନ୍ତ କାହାଣୀ । ୩୧ଟି ମନୋରମ ଅଧ୍ୟାୟ ଓ ୨୬ଟି ଦିବ୍ୟ ଚିତ୍ର ସହ ସଜ୍ଜିତ ଏହି ପୁସ୍ତକ ପ୍ରତ୍ୟେକ ସାହିତ୍ୟପ୍ରେମୀ ତଥା ଆଧ୍ୟାତ୍ମିକ ଜିଜ୍ଞାସୁଙ୍କ ହୃଦୟକୁ ସ୍ପର୍ଶ କରିବ ।
Currently there are no reviews available for this book.
Be the first one to write a review for the book ମୋ କଳ୍ପନାରେ ସୃଷ୍ଟି.