You can access the distribution details by navigating to My pre-printed books > Distribution
ଜୀବନର ଆରମ୍ଭ ଦୁଃଖ କଷ୍ଟ ଓ ସଂଘର୍ଷ ପୂର୍ଣ୍ଣ । ଜୀବନ ରେ ଅନେକ ବାଲିଝଡ଼ ଆସିଥିଲେ ବି ଆମକୁ ଧୈର୍ଯ୍ୟର ସହିତ ସହିବାକୁ ହେବ । ଆମ କବି କବୟତ୍ରୀ ମାନଙ୍କ ପ୍ରଚେଷ୍ଟା ରେ ବହିଟିଏ – “ବୈଶାଖିର ବାଲିଝଡ ”। ଲେଖା ଗୁଡିକ ଭିତରେ ପ୍ରକୃତିର ବେଭାର ଓ ଗ୍ରାମ୍ୟ ଚିତ୍ର ବେଶ୍ ପରିସ୍ଫୁଟ । ଗାଁର ହର୍ଷ – ବିଶାଦ, ଘଟଣ – ଅଘଟଣ, ପୁନେଇଁ – ପର୍ବ, ଯନିଯାତ୍ରା, ଚାଲିଚଳନ, ଓଷା ବ୍ରତ, ଦିଅଁ ଦେବତା, ସବୁ କିଛି ଲେଖା ଭିତରେ ସ୍ଥାନିତ । ଏମିତି ଏକ ପରିସ୍ଥିତି ଓ ପରିବେଶ ଭିତରେ ଆମର ଏ ବହିର ପ୍ରଥମ ବର୍ଷର ପ୍ରଥମ ସଂକଳନ ହେଲେ ହେଁ, ବେଶ୍ କିଛି ରୁଚିମନ୍ତ ଓ ରୁଚିକର, ଯାହାକୁ ନେଇ ଆମେ ଆଶାବାଦୀ ହେବା ସ୍ୱାଭାବିକ । ଏହି ସୁନ୍ଦର ସୃଷ୍ଟିର ଅଧିକାରୀ - ଦେବବ୍ରତ ବାରିକ - ସ୍ନିଗ୍ଧା ସାମନ୍ତରାୟ - ସାଗର କୁମାର ପରିଡା - ନଗେନ୍ଦ୍ର କୁମାର ରାଉତ - ରଶ୍ମିତା ବେହେରା - ଲୋକନାଥ ସାମଲ - ଦିନେଶ ଅଗ୍ରୱାଲ - ହିମାନ୍ଦ୍ରୀ ମହାନ୍ତ - ଜୟଶ୍ରୀ ମହାନ୍ତି - ଯାଜ୍ଞସେନୀ ବେହେରା - ମନୋରମା ମହାପାତ୍ର - ସନ୍ତୋଷ କୁମାର ସାହୁ - ଦେବେନ୍ଦ୍ର କୁମାର ନାଏକ - ରଶ୍ମିବାଳା ଶତପଥୀ - ରଞ୍ଜିତା ମିଶ୍ରଆପଣମାନଙ୍କ ସହଯୋଗ ଓ ସଦିଚ୍ଛାକୁ ପାଥେୟ କରି ଆଗାମୀ ଦିନରେ ଏହାର କଳେବର ଓ ଶ୍ରୀ ବୃଦ୍ଧି ଘଟୁ । ଏହି ଆଶା ଓ ଭରସା ରଖି ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇ ମତାମତ ଅପେକ୍ଷାରେ ରହିଲୁ ପରବର୍ତ୍ତୀ ପ୍ରକାଶନୀ ପର୍ଯ୍ୟନ୍ତ
Currently there are no reviews available for this book.
Be the first one to write a review for the book BAISHAKHEE RA BALIJHADA.