You can access the distribution details by navigating to My Print Books(POD) > Distribution

Add a Review

ବାପା

ମୋ ଜୀବନର ଛାୟା
Tushar Kumar Swain
Type: Print Book
Genre: Literature & Fiction
Language: Oriya
Price: ₹150 + shipping
This book ships within India only.
Price: ₹150 + shipping
Dispatched in 5-7 business days.
Shipping Time Extra

Description

“ବାପା…”
ଏହି ପୁସ୍ତକ କେବଳ କିଛି ଗଳ୍ପର ସଂଗ୍ରହ ନୁହେଁ, ଏହା ପ୍ରତ୍ୟେକ ବାପାଙ୍କ ନିରବ ତ୍ୟାଗ, ଅସୀମ ଭଲପାଇବା ଓ ସଂଘର୍ଷର ଏକ ଭାବପ୍ରବଣ ଚିତ୍ରଣ।
ଏହି ବହିରେ ଥିବା ପ୍ରତ୍ୟେକ କାହାଣୀ ଜୀବନର ସତ୍ୟ ଅନୁଭବକୁ ସ୍ପର୍ଶ କରେ—କେଉଁଠି ବାପାଙ୍କ କଷ୍ଟ ଅଛି, କେଉଁଠି ତାଙ୍କ ନିରବ ସ୍ନେହ, ଆଉ କେଉଁଠି ସନ୍ତାନ ପାଇଁ ତାଙ୍କ ଅସୀମ ତ୍ୟାଗ। ଜୀବନର କଷ୍ଟକର ପଥରେ ନିଜ ସ୍ୱପ୍ନକୁ ଛାଡ଼ି ସନ୍ତାନଙ୍କ ଭବିଷ୍ୟତ ଗଢ଼ିଥିବା ଜଣେ ବାପାଙ୍କ ଅକହା କାହାଣୀମାନେ ଏଠାରେ ଜୀବନ୍ତ ହୋଇଉଠିଛି।
ଏହି ପୁସ୍ତକ ପଢ଼ୁଥିବା ବେଳେ କେତେକ ମୁହୂର୍ତ୍ତ ଆପଣଙ୍କୁ ହସାଇବ, କେତେକ ମୁହୂର୍ତ୍ତ ଆଖିକୁ ଭିଜାଇଦେବ, ଆଉ କେତେକ ମୁହୂର୍ତ୍ତ ଆପଣଙ୍କୁ ନିଜ ବାପାଙ୍କ କଥା ମନେ ପକାଇଦେବ।
“ବାପା” ସେହି ସମସ୍ତ ବାପାଙ୍କୁ ଉତ୍ସର୍ଗ, ଯେଉଁମାନେ ନିଜ ପରିବାରର ଖୁସି ପାଇଁ ସବୁକିଛି ନିରବରେ

About the Author

ପିତା ଶ୍ରୀଯୁକ୍ତ ଶରତ କୁମାର ସ୍ୱାଇଁ ଓ ମାତା ଶ୍ରୀମତୀ ମମତା ସ୍ବାଇଁ ଔରସରୁ ଲେଖକ ତୁଷାର କୁମାର ସ୍ୱାଇଙ୍କ ଜନ୍ମ ୧୦ ଫେବୃଆରୀ ୨୦୦୧ ମସିହାରେ ରାଉରକେଲା ଷ୍ଟିଲ୍ ସିଟିରେ ହୋଇଥିଲା । ସେ ୨୦୧୭ ମସିହାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସେକ୍ଟର–୬, ରାଉରକେଲାରୁ
ମାଟ୍ରିକ୍ ଶିକ୍ଷା ସମାପ୍ତ କରିବା ପରେ ଇସ୍ପାତ ବିଦ୍ୟାମନ୍ଦିର କଲେଜରେ
ଯୁକ୍ତ ଦୁଇ ବିଜ୍ଞାନ ଶାଖାରେ ଅଧ୍ୟୟନ କରିଥିଲେ ।
ପରବର୍ତ୍ତୀ ସମୟରେ ସେ ଡିପ୍ଲୋମା ଇନ୍ ମେଟାଲୋଜି ଶାଖାରେ ପାଠ୍ୟକ୍ରମ ସମାପ୍ତ କରିଥିଲେ ଉତ୍କଳମଣି ଗୋପବନ୍ଧୁ ଇନ୍ସ୍ଟିଟ୍ୟୁଟ୍ରୁ ରୁ । ପରବର୍ତ୍ତୀ ସମୟରେ ସେ ୨୦୨୬ ମସିହାରେ ମେଟାଲୋଜି ଶାଖାରେ ବି.ଟେକ୍ ଶିକ୍ଷା ସମାପ୍ତ କରିଥିଲେ । ଏତଦ୍ବ୍ୟତୀତ ସେ ଏକ ପ୍ରାଇଭେଟ୍ କମ୍ପାନୀରେ କାର୍ଯ୍ୟରତ ଥାଇ ସୁଦ୍ଧା ଚାକିରି ଜୀବନର ବ୍ୟସ୍ତତା ମଧ୍ୟରେ ସାହିତ୍ୟ ସାଧନା ପ୍ରତି ନିଜର ଅଗାଧ ଆଗ୍ରହକୁ ଅବିକଳ ରଖିଛନ୍ତି । ଶୈଶବ କାଳରୁ ହିଁ ଲେଖାଲେଖି ପ୍ରତି
ତାଙ୍କର ବିଶେଷ ଆକର୍ଷଣ ରହିଥିଲା । ଏପର୍ଯ୍ୟନ୍ତ ସେ ଅନେକ କ୍ଷୁଦ୍ରଗଳ୍ପ,
କବିତା ଓ ଭାବପ୍ରବଣ ରଚନା ସୃଷ୍ଟି କରିସାରିଛନ୍ତି । କିନ୍ତୁ ଆର୍ଥିକ ପ୍ରତିବନ୍ଧକତା ଓ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥିବା କାରଣରୁ
ତାଙ୍କର ଅଧିକାଂଶ ଲେଖା ଆଜିପର୍ଯ୍ୟନ୍ତ ପ୍ରକାଶ ପାଇପାରିନାହିଁ । ଅନେକ ଚେଷ୍ଟା ସତ୍ତ୍ୱେ ମଧ୍ୟ ସେ କେବେ ପ୍ରକାଶନର ସୁଯୋଗ ପାଇନଥିଲେ । ତଥାପି ସାହିତ୍ୟ ପ୍ରତି ତାଙ୍କର
ଅକ୍ଷୟ ଭଲପାଇବା ଓ ଆତ୍ମବିଶ୍ୱାସ ତାଙ୍କୁ ନିରନ୍ତର ଲେଖିବାକୁ ପ୍ରେରଣା
ଦେଇଆସିଛି । ଏହି ଗଳ୍ପଟି ହେଉଛି ଲେଖକଙ୍କ ପ୍ରଥମ ଅଫିସିଆଲ୍ ଭାବେ ପ୍ରକାଶିତ ରଚନା ।
ଲେଖକଙ୍କ ଅଧିକାଂଶ ଗଳ୍ପ ଓ କବିତାରେ ଏପରି ଭାବରେ ଚରିତ୍ର ଓ ପରିସ୍ଥିତିର ବର୍ଣ୍ଣନା କରାଯାଇଥାଏ ଯେ, ତାହା ପାଠକଙ୍କୁ ଏକ ସତ୍ୟ ଘଟଣାର ଅନୁଭୂତି ପ୍ରଦାନ କରେ । ତାଙ୍କର ରଚନାଗୁଡ଼ିକରେ ମାନବିକ
ମୂଲ୍ୟବୋଧ, ଦୁଃଖ, ନିରାଶା, ଜୀବନର ଅକୁହା ବେଦନା ଓ ସଂଘର୍ଷମୟ
ପରିସ୍ଥିତିର ନିଖୁତ ଚିତ୍ରଣ ଦେଖିବାକୁ ମିଳେ । ସାଧାରଣ ମଣିଷର ଜୀବନରେ ଘଟୁଥିବା ଅନେକ ଅକଥିତ କାହାଣୀକୁ ସେ ନିଜ ଲେଖନୀରେ ସଜୀବ ଭାବରେ ଫୁଟାଇବାରେ ସକ୍ଷମ ହୋଇଛନ୍ତି । ଆଶା ଓ ବିଶ୍ୱାସ ଯେ, ପାଠକମାନେ ତାଙ୍କର ଗଳ୍ପଗୁଡ଼ିକ ମାଧ୍ୟମରେ ଏକ ନୂତନ ଅନୁଭୂତି ଓ ଭିନ୍ନ ସ୍ୱାଦର ସାହିତ୍ୟ ଅନୁଭବ କରିପାରିବେ ।
ଧନ୍ୟବାଦ

Book Details

Publisher: POTHI.COM
Number of Pages: 69
Dimensions: 5.00"x7.00"
Interior Pages: B&W
Binding: Paperback (Perfect Binding)
Availability: In Stock (Print on Demand)

Ratings & Reviews

ବାପା

ବାପା

(Not Available)

Review This Book

Write your thoughts about this book.

Currently there are no reviews available for this book.

Be the first one to write a review for the book ବାପା.

Other Books in Literature & Fiction

Shop with confidence

Safe and secured checkout, payments powered by Razorpay. Pay with Credit/Debit Cards, Net Banking, Wallets, UPI or via bank account transfer and Cheque/DD. Payment Option FAQs.